ବରଗଡ଼ : ସୁସ୍ଥ ସମାଜ ଗଠନରେ ନର୍ସମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜରେ ଆୟୋଜିତ ସମ୍ବର୍ଦ୍ଧନା ସଭା ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଲେଜର ପ୍ରତିଷ୍ଠାତା ତଥା ଚେୟାରମେନ ଫକୀର କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସାଂସଦ ପ୍ରଦୀପ ପୁରୋହିତ, ଡିଏଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶିବପ୍ରସାଦ ବେହେରା ଏବଂ ଜିଲ୍ଳା ବିଜେପି ସଭାପତି ଡ.ଅରୁପାନନ୍ଦ ସାହୁଙ୍କୁ କଲେଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ସୁନିତା ବାଗ ପରିଚାଳନା କରିଥିବା ବେଳେ କଲେଜର ଛାତ୍ରଛାତ୍ରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!