ବରଗଡ଼ : ସ୍ଥାନୀୟ ସଂସ୍କାର ଇଣ୍ଟର ନେସନାଲ ସ୍କୁଲରେ ୨୦୨୪-୨୫ ଅଧିବେଶନ ପାଇଁ ନୂତନ ଛାତ୍ର ପରିଷଦ ଗଠିତ ହୋଇଯାଇଛି । ଚଳିତ ବର୍ଷ ଛାତ୍ର ପରିଷଦ, କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ ଗୃହ ପରିଷଦ ଆଦି ତିନୋଟି ବିଭାଗରେ ବିଭକ୍ତ କରାଯାଇଛି । ଛାତ୍ର ପରିଷଦ ଏକାଦଶ ଶ୍ରେଣୀର ବାଣିଜ୍ୟର ହେଡ୍ ବଏ ଭବିଷ୍ୟ ଅଗ୍ରୱାଲ ଏବଂ ଏକାଦଶ ଶ୍ରେଣୀର ବାଣିଜ୍ୟର ହେଡ୍ ଗର୍ଲ ଅଦିତି ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଥିଲା । ଏ ଅବସରରେ ମୁଖ୍ୟଅତିଥି ସାବିତ୍ରୀ ଦେବୀ ସାୱଡ଼ିଆ ଏବଂ ଅଧ୍ୟକ୍ଷ ସୁମନ ସାୱଡିଆ ହେଡ୍ ବଏ ଓ ହେଡ୍ ଗାର୍ଲଙ୍କୁ ବ୍ୟାଚ ଏବଂ ସ୍ୟାସ୍ ପିନ୍ଧାଇ ତାଙ୍କୁ କାର୍ଯ୍ୟଭାର ଅର୍ପଣ କରିଥିଲେ ।

ସେହିପରି କାର୍ଯ୍ୟନିର୍ବାହୀ ସଂସ୍ଥା ଓ ଗୃହ ପରିଷଦ ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଅଜିତ ପଟ୍ଟନାୟକ, ଉପାଧ୍ୟକ୍ଷ ବବିତା ସାୱଡିଆ, ପ୍ରିନ୍ସିପାଲ କରନ ସାହୁ, ନିର୍ଦ୍ଦେଶକ ସିଦ୍ଧାର୍ଥ ସାୱଡିଆ, ମେଘା ସାୱଡିଆ, ଶ୍ରଦ୍ଧା ସାୱଡ଼ିଆ, ଏକାଡେମିକ୍ ସଂଯୋଜିକା ସୀମା ସାହୁ, ସଂଯୋଜିକା ମମତା ସିହ୍ନା, ସଂଯୋଜୀକା ରୀତା ନାୟକ ଛାତ୍ରଛାତ୍ରୀଙ୍କୁ ପଦଭାର ଗ୍ରହଣ କରାଇଥିଲେ । ପରିଶେଷରେ ନେହା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar