ବରଗଡ଼ : ସ୍ଥାନୀୟ ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟ ଠାରେ ବିଶିଷ୍ଟ ଲେଖିକା ରାଧାରାଣୀ ପଟ୍ଟନାୟକଙ୍କ ଲିଖିତ ‘ପିଲାଙ୍କ ସପନ’ ସପ୍ତମ କବିତା ସଙ୍କଳନ ଉନ୍ମୋଚିତ ହୋଇଯାଇଛି । ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଓ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ସୁଦୀପ କୁମାର ରଥ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ବିଶିଷ୍ଟ ସାହିତ୍ୟକ ମନୋରଞ୍ଜନ ମେହେର ଜୀବନରେ ପ୍ରତିଯୋଗୀ ହେବାର ସପନ ନ ଦେଖି ସହଯୋଗୀ ହେବାର ସ୍ୱପ୍ନ ଦେଖି ତାକୁ ସାକାର କରି ପାରିଲେ ଜୀବନ ଧନ୍ୟ ହୁଏ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ସୁବର୍ଣ୍ଣ ଦୀପ ପତ୍ରିକାର ସଂପାଦକ ପ୍ରଦୀପ୍ତଭାନୁ ମହାନ୍ତି,ଶିଶୁ ସାହିତ୍ୟ ସଂସଦର ସଭାନେତ୍ରୀ ରେଣୁକା ଭୋଇ, ସମ୍ପାଦିକା ଛାତ୍ରୀ ଅଶ୍ଳେଷା ମହାନନ୍ଦ କବିତା ସଙ୍କଳନ ପୁସ୍ତକରୁ କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ଭାରତୀ ଶିଶୁ ସାହିତ୍ୟ ସଂସଦ ତରଫରୁ ନିରବଚ୍ଛିନ୍ନ ସାରସ୍ୱତ ସାହିତ୍ୟ ସାଧନା ପାଇଁ ଲେଖିକା ରାଧାରାଣୀ ପଟ୍ଟନାୟକଙ୍କୁ କବି ଖଗେଶ୍ୱର ସାହିତ୍ୟ ସ୍ମୃତି ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାହିତ୍ୟ ସଂସଦ ର ଉପଦେଷ୍ଟା ଗୋପବନ୍ଧୁ ପୁରୋହିତ ସଂଯୋଜନା କରିଥିବା ବେଳେ ଛାତ୍ରୀ ସାଲିନି ସା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!