ପଦ୍ମପୁର : ଅଞ୍ଚଳ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଦ୍ୱାରା ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ବାଣିଜ୍ୟ ଦ୍ୱାରା ହିଁ ଆର୍ôଥକ ଅଭିବୃଦ୍ଧି ସମ୍ଭବ ଓ ଦୈନନ୍ଦିନ ଜୀବନରେ ଏହାର ଯଥେଷ୍ଟ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଏମକମ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡ. ଗୋପାଳ ଭୁଆ ଯୋଗଦେଇ ପିପିଟି ମାଧ୍ୟମରେ “ବାଣିଜ୍ୟ ଶିକ୍ଷା ଓ ବୃତ୍ତି ସୁଯୋଗ ” ସନ୍ଧର୍ଭ ଉପସ୍ଥାପନା କରି ଭବିଷ୍ୟତରେ ଗବେଷଣା ପ୍ରତି ଆଗ୍ରହ ରଖିବା ନେଇ ଉତ୍ସାହିତ କରିଥିଲେ । ବିଭାଗ ମୁଖ୍ୟ ନବକୃଷ୍ଣ ମିଶ୍ର ଅତିଥି ପରିଚୟ କରିବା ସହ ବାଣିଜ୍ୟ ଶିକ୍ଷା ଉପରେ ଆଲୋକପତ କରିଥିଲେ । ଅଧ୍ୟାପିକା ନିଖତ ଅଞ୍ଜୁମ, ଅଧ୍ୟାପିକା ଲିପସା ଚନ୍ଦ୍ରାକର ଓ ଜଗବନ୍ଧୁ ସୁରୁଜାଲଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଅଧ୍ୟାପକ ବ୍ରଜ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!