ବରଗଡ: ନିଶାମଣି ସରକାରୀ ଉଚ୍ଚ ବିଦ୍ଯାଳୟର ପୁରାତନ ଛାତ୍ରସଂଘ ତଥା ବିଦ୍ଯାଳୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ବିଗତ ମ୍ଯାଟ୍ରିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରଧାନ ଶିକ୍ଷକ ଡକ୍ଟର ସଂଗୀତା ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନୋହର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ରୋଜାଲିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ଶଶୀଭୂଷଣ ପ୍ରଧାନ, ଜୟପ୍ରକାଶ ନାରାୟଣ ଶତପଥି,ତେରେସ୍କୋଭା ଦାଶ,ପ୍ରଫୁଲ୍ଲ ନନ୍ଦ, ରଣଦୀପ ପ୍ରଧାନ, ଅଶୋକ ପଣ୍ଡା , ପ୍ରଦ୍ୟୁମ୍ନ ସାମଲ,ପ୍ରଦୀପ ମହାନ୍ତି ପ୍ରମୁଖ ଅନିମେଶ ପଣ୍ଡା,ଶ୍ରୀପର୍ଣ୍ଣା ଦାଶ, ଶ୍ରୀଅଂଶ ଦାଶ, ଶେଖର ବାଗ ଓ ଅଙ୍କିତା ପାଣିଗ୍ରାହୀଙ୍କୁ ପୁରସ୍କୃତ କରିଥିଲେ । ଏତଦବ୍ୟତୀତ ଭୂତପୂର୍ବ ପ୍ରଧାନ ଶିକ୍ଷକ ଗାୟତ୍ରୀ ପଣ୍ଡାଙ୍କ ଦ୍ବାରା ପ୍ରଦତ୍ତ ଲଳିତ-ବାସନ୍ତୀ ସ୍ମୃତି ପୁରସ୍କାର ଅନିମେଶ ପଣ୍ଡା ଓ ଶ୍ରୀପର୍ଣ୍ଣା ଦାଶଙ୍କୁ ଦିଆଯାଇଥିଲା।ସଭା କାର୍ଯ୍ଯ ପରିଚାଳନାରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar