ବରଗଡ଼ : ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ନିକଟସ୍ଥ ରାତ୍ରକାଳିନ ଆଶ୍ରୟସ୍ଥଳୀ ଠାରେ ଇନରହ୍ୱିଲ କ୍ଲବ ଅଫ୍ ବରଗଡ଼ ସେଣ୍ଟ୍ରାଲ ଆନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ଲବର ଅଧ୍ୟକ୍ଷା ଭାବନା ଅଗ୍ରୱାଲଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା ଶୀତଳ ଅଗ୍ରୱାଲ, ସେବିକା ପୂଜା ମହାନ୍ତି ଓ ମନୀଷା ମେହେର ପ୍ରମୁଖ ଯୋଗଦେଇ ଅନ୍ତେବାସୀଙ୍କ ରକ୍ତଚାପ , ମଧୁମେହ, ଚକ୍ଷୁ ତଥା ବିଭିନ୍ନ ରୋଗ ନିରୀକ୍ଷଣ କରିବା ସହିତ ଆବଶ୍ୟକ ଔଷଧ ବଣ୍ଟନ କରିଥିଲେ । ଏହି ଅବସରରେ କ୍ଲବ ତରଫରୁ ଅନ୍ତେବାସୀଙ୍କୁ ଫଳ କ୍ଷୀର ଓ ବିସ୍କୁଟ ପ୍ରଦାନ କରାଯାଇଥିଲା ।

ଉପ ସଭାନେତ୍ରୀ ସୁନୀତା ଲାଠ, ଯୁଗ୍ମ ସଂପାଦିକା ପିଙ୍କି ବଗର୍ତ୍ତିି, ଖୁସବୁ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!