ବରଗଡ଼ : ସ୍ଥାନୀୟ ରାଣା ପ୍ରତାପ ସ୍କୁଲରେ ଶିଶୁ ପ୍ରତିଭା ଅନ୍ୱେଷଣ ଅନ୍ତର୍ଗତ “ଆସ ଆମେ ଗପ ଶୁଣିବା” ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିଦ ଡଃ ଡୋଲାମଣି ଶତପଥି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ସୃଜନଶୀଳ ଶକ୍ତି ପରିପ୍ରକାଶର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଭିଭାବକମାନେ ସମ୍ମାନିତଅତିଥି ଯୋଗ ଦେଇଥିଲେ । ପ୍ରଥମରୁ ପଞ୍ଚମ ଶ୍ରେଣୀର  ଛାତ୍ରଛାତ୍ରୀ ସାମିଲ ହୋଇ ଗପ ଶୁଣିଥିଲେ ।

Leave a Reply

Your email address will not be published.

error: Content is protected !!