ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜ ଠାରେ ଯୁକ୍ତ ଦୁଇ କଳା ଓ ବିଜ୍ଞାନ ଖୋଲିବା ପାଇଁ ସରଜାରଙ୍କ ଅନୁମତି ପ୍ରାପ୍ତ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇମ୍ପରିୟଲ କଲେଜରେ ପୂର୍ବରୁ ସ୍ନାତକ ଶ୍ରେଣୀଗୁଡିକ ପାଇଁ ଦୀର୍ଘ ବର୍ଷ ହେବ ଶିକ୍ଷାଦାନ କରାଯାଇ ସଫଳତାର ସହିତ ବହୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି । ଏହାଛଡା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ଜଣ ତାଲିକାରେ ମଧ୍ୟ ଏହି କଲେଜର ଛାତ୍ରଛାତ୍ରୀମାନେ ସ୍ଥାନ ପାଇ ଆସୁଛନ୍ତି । ଏବେ ଡିଗ୍ରୀ କଲେଜ ସହିତ ଏଠାରେ ଇମ୍ପରିୟଲ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ଖୋଲିଛି । ଏହି ଯୁକ୍ତ ଦୁଇ କଳା ଓ ବିଜ୍ଞାନ ପାଇଁ ବର୍ତ୍ତମାନ ସାମସ ମାଧ୍ୟମରେ ନାମଲେଖା ଜାରି ରହିଛି ବୋଲି ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.

error: Content is protected !!