ନୂଆପଡ଼ା: ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କ ପରମ ବନ୍ଧୁ। ପୁସ୍ତକ ମାନସିକ ସ୍ଥିରତା ବୃଦ୍ଧି କରେ ଓ ଏକାଗ୍ରତା ବଢାଏ। ତେଣୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଭଲ ପୁସ୍ତକ ସଂଗ୍ରହ କରି ପଢ଼ିବା ଉଚିତ ବୋଲି ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାରର ରାଜ୍ୟ ପରିକ୍ରମା କ୍ରମରେ ନୂଆପଡ଼ା ଜିଲ୍ଲାରେ ଆୟୋଜିତ “ଭ୍ରାମ୍ୟମାଣ ପାଠାଗାର” କାର୍ଯ୍ୟକ୍ରମରେ ଯୋଗଦାନ କରି ବକ୍ତାଗଣ ମତବ୍ୟକ୍ତ କରିଛନ୍ତି। ନୂଆପଡା ସ୍ଥିତ ନ୍ୟାସନାଲ ହାଇସ୍କୁଲ ପରିସର ମଧ୍ୟରେ ଆୟୋଜିତ ହୋଇଥିବା ୧୬୬ ତମ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ୍ ଭଗବାନ ନାୟକ ଯୋଗଦେଇ ପୁସ୍ତକ ଛାତ୍ରଛାତ୍ରୀମାନଙ୍କ ପରମବନ୍ଧୁ ବୋଲି ଅଭିହିତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କୁଟୁମ୍ବ ପ୍ରବୋଧକ ତଥା ବିଶିଷ୍ଟ ସମାଜସେବୀ ହେମନ୍ତ କୁମାର ଦଣ୍ଡସେନା ପୁସ୍ତକ ମାନସିକ ସ୍ଥିରତା ବୃଦ୍ଧିକରି ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିଥାଏ ତେଣୁ ଛାତ୍ରଛାତ୍ରୀମାନେ ଭଲ ଭଲ ବହି ସଂଗ୍ରହ କରି ପଢ଼ିବା ଉଚିତ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଘନଶ୍ୟାମ ଭୋଇ, ଶିକ୍ଷକ ବିକ୍ରମକେଶରୀ ପଟେଲ ଛାତ୍ର ଛାତ୍ରୀମାନେ ପାଠ୍ୟ ପୁସ୍ତକ ବ୍ୟତୀତ ମହାପୁରୁଷଙ୍କ ଜୀବନୀ ସମ୍ବଳିତ ପୁସ୍ତକ ପଠନ ପ୍ରତି ଧ୍ୟାନ ଦେବାକୁ ଆହ୍ବାନ ଦେଇଥିଲେ। ପ୍ରଦର୍ଶିତ ପୁସ୍ତକ ଗୁଡ଼ିକ ମଧ୍ୟରୁ ନିଜ ପସନ୍ଦ ମୁତାବକ ବହି ଚୟନ କରି ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଭୂମିକା ରାଉତ, ସସ୍ମିତା ଶବର ଓ ପ୍ରମିଳା ପଟେଲ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇ ପୁରସ୍କୃତ ହୋଇଥିଲେ। ଶିଶୁଶ୍ରୀ’ର ଆବାହକ ଡକ୍ଟର ରବିନାରାୟଣ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar