ବରଗଡ଼ : ଶନିବାର ସ୍ଥାନୀୟ ନିଶାମଣୀ ସ୍କୁଲକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗସ୍ତ କରି ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏ ଅବସରରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ମଧ୍ୟ ଯୋଗ ଦେଇଥିବା ବେଳେ ଅତିଥିମାନଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ତଥା ପୁରାତନ ଛାତ୍ରଛାତ୍ରୀମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ବରିଷ୍ଠ ଓକିଲ ଶଶୀଭୂଷଣ ପ୍ରଧାନ, ଜୟପ୍ରକାଶ ଶତପଥୀ , ପ୍ରଦୀପ ମହାନ୍ତି , ତେରେସକୋଭା ଦାଶଙ୍କ ସମେତ ବହୁ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!