ବରଗଡ଼: ସ୍ଥାନୀୟ ପାର୍ବତୀ ଗିରି ମହିଳା କଲେଜ ସମ୍ମୁଖରେ କେନସର ସରଭାଇବର୍ସ ଫାଇଟର୍ସ ଗୃପ ତରଫରୁ ନେସନାଲ କେନସର ସରଭାଇବର୍ସ ଡେ ପାଳିତ ହୋଇଯାଇଛି । ଫାଇଟର୍ସ ଗୃପର ସଭାପତି ପ୍ରସନ୍ନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିକାଶ ହସପିଟାଲର ଅଙ୍କୋଲୋଜିଷ୍ଟ ଡାକ୍ତର ଭରତ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ‘କେନସର ର ପ୍ରାଦୁର୍ଭାବ ଓ ଚିକିତ୍ସା’ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ଡାକ୍ତର ନରେଶ ପ୍ରଧାନ , ଡାକ୍ତର ରାମକୃଷ୍ଣ ପୁରୋହିତ ଯୋଗଦେଇ କେନସରର କାରଣ ଏବଂ ନିରାକରଣ ବିଷୟରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଫାଇଟର୍ସ ଗୃପର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!