ବରଗଡ଼ : ସ୍ଥାନୀୟ ମୁଖ୍ୟରାସ୍ତାରେ ଏକ ଆନ୍ତର୍ଜାତୀୟମାନର ଅତ୍ୟାଧୁନିକ ଡେଣ୍ଟାଲ କ୍ଳିନିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସୋମବାର ସକାଳ ୧୧ ଟା ସମୟରେ ଏହି ଅବସରରେ ଆଯୋଜିତ ଉଦଘାଟନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦଦେଇ ଫିତାକାଟି ଏହାକୁ ଉଦଘାଟନ କରିଥିଲେ । ବରଗଡ଼ ଜିଲ୍ଳା ବାସିନ୍ଦା ତଥା ଦୀର୍ଘ ବର୍ଷ ଧରି ଦୁବାଇରେ ଦନ୍ତ ଚିକିତ୍ସକ ଭାବେ କାର୍ଯ୍ୟ କରିଥିବା ଡା.ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ଦ୍ୱାରା ଏହି ଡେଣ୍ଟାଲ ଓ କଷ୍ଟମେଟିକ ସର୍ଜିରୀ କ୍ଳିନିକ ଆରମ୍ଭ କରାଯାଇଛି । ଏହି କ୍ଳିନିକରେ ପ୍ରଥମ ଥର ପାଇଁ ବହୁ ଆନ୍ତର୍ଜାତୀୟମାନ ଓ ସ୍ତରର ଦନ୍ତ ଚିକିତ୍ସା ଉପକରଣର ସୁବିଧା ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ , ଜିଲ୍ଳା ବିଜେପି ସଭାପତି ଅଶ୍ୱିନୀ ଷଡଙ୍ଗୀ, ବିକାଶ ଗୃପର ଚେୟାରମନେ ଡି ମୁରଲି କ୍ରିଷ୍ଣାଙ୍କ ସମେତ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉଦଘାଟିତ ହେବା ପରେ ଏହି କ୍ଳିନିକରେ ଦନ୍ତଚିକିତ୍ସାର ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ଡ.ଖୁଣ୍ଟିଆ ଜଣାଇଛନ୍ତି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar