ବରଗଡ଼ : ପୁସ୍ତକ ମେଳାର ଷଷ୍ଠ ଦିବସ ସଂଧ୍ୟାରେ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ସଫ୍ଟସ୍କିଲ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀଙ୍କ ପୁସ୍ତକ ଉନ୍ମୋଚନ କାଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗାନ୍ଧି ସ୍ମୃତି ପାଠାଗାରର ସଭାପତି ବିମ୍ବାଧର କୁଅଁର , ପୂର୍ବତନ ସଭାପତି ଅରୁଣ ମହାନ୍ତି , ବରଗଡ଼ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦଧିବାମନ ଦାଶ,  କ୍ରିଷ୍ରା ବିକାଶ ଗୃପର ଚେୟାରମେନ ଡି ମୁରଲୀ କ୍ରିଷ୍ଣା, ଇମ୍ପରିୟଲ କଲେଜର ଚେୟାରମନେ ଦିପକ ଗୋୟଲ, ସଂସ୍କାର ଇଣ୍ଟରନେସନାଲ ସ୍କୁଲର ଚେୟାରମେନ ସୁମନ ସାୱଡିଆ, ମାହେଶ୍ୱରୀ ଶିକ୍ଷାନୁଷ୍ଠାନ ସମୁହର ଚେୟାରମେନ ଫକୀର କର୍ଣ୍ଣ , ବଦ୍ରି ପ୍ରସାଦ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ଚେୟାରମେନ ସଞ୍ଜୀବ ଅଗ୍ରୱାଲ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଜୟପ୍ରକାଶ ଶତପଥୀଙ୍କ ପୁସ୍ତକ ସଫ୍ଟସ୍କିଲକୁ  ଉନ୍ମୋଚିତ କରିଥିଲେ । ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୁସ୍ତକରେ ପଠନ ଦକ୍ଷତା , ଯୋଗାଯୋଗ ଦକ୍ଷତା , ଲେଖନୀ ଦକ୍ଷତା , ନେତୃତ୍ୱ ଦକ୍ଷତା ଆଦି ବହୁ ବିଷୟ ସ୍ଥାନ ପାଇଛି । ଯୁବ ପ୍ରକାଶକ ତଥା ୟୁରାନିଆ ପବ୍ଲିକେସନର ମୁଖ୍ୟ ସିଦ୍ଧାର୍ଥ ଗୌତମ ଯୋଷୀ ଏହାକୁ ପ୍ରକାଶ କରିଛନ୍ତି । ଆମାଜନ ଓ ଫି୍ଲପକାର୍ଡ ସହ ସମସ୍ତ ଅନଲାଇନ ପ୍ଳାଟଫର୍ମରେ ଏହା ବିକ୍ରୀ ପାଇଁ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar