ବରଗଡ଼ : ସଂସ୍କାର ଇଣ୍ଟରନ୍ୟାସନାଲ ସ୍କୁଲ ବରଗଡ଼ ସହରରେ ତାର ଏକ ଶାଖା ବିଦ୍ୟାଳୟ “ସଂସ୍କାର ସାପଲିଙ୍ଗ” ଆରମ୍ଭ କରିଛି । ଦୀର୍ଘ ୧୦ବର୍ଷର ସଫଳ ଯାତ୍ରା ପରେ ବରଗଡ ସହର ତଥା ଆଖପାଖ ଅଞ୍ଚଳର ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏହି ଶାଖା ଆରମ୍ଭ କରାଯାଇଛି । ପ୍ରୀ ନର୍ସରୀ ,ନର୍ସରୀ ,ଏଲକେଜି ଓ ୟୁକେଜି ଆଦି ଶ୍ରେଣୀ ପାଇଁ ଶିକ୍ଷାଦାନ କରାଯିବ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ଏ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସାବିତ୍ରୀ ଦେବୀଙ୍କ ସହ ବିଦ୍ୟାଳୟର ଚେୟାରମ୍ୟାନ ସୁମନ ସାୱଡ଼ିଆ ,ଭାଇସ ଚେୟାରମ୍ୟାନ ରୋଶନ ଅଗ୍ରୱାଲ ,ଡାଇରେକ୍ଟର ଅଜିତ ପଟ୍ଟନାୟକ ,ପ୍ରିନ୍ସିପାଲ କରନ ସାହୁ ,ଏକାଡେମିକ କୋର୍ଡିନେଟର ସୀମା ସାହୁ , କୋର୍ଡିନେଟର ରୀତା ନାୟକ,ମମତା ସିହ୍ନା ,ସଂସ୍କାର ସାପଲିଙ୍ଗ ଡାଇରେକ୍ଟର ସିଦ୍ଧାର୍ଥ ସାୱଡ଼ିଆଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ,ଅଭିଭାବକଅଭିଭାବିକା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!