ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜ ପରିସରରେ ଗୁରୁ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିବାନୀ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ୱଳନ ପରେ କଲେଜର ନୂତନ ଭାବରେ ଯୋଗ ଦେଇଥିବା ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରୀ ଶେଫାଳୀ ମେହେର ସଂଗୀତ ପରିବେଷଣ କରିଥିବା ବେଳେ ପୁନମ ଦୋରା ଓ ଲିଲି ସାହୁ ଗୁରୁ ପୂର୍ଣ୍ଣିମାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ , ଶିକ୍ଷା ବିଭାଗର ମୁଖ୍ୟ ସଚିଦା ସାହୁ ଉଦବୋଧନ ଦେଇଥିଲେ । ଛାତ୍ରୀ ଆକାଂକ୍ଷା ବେହେରା ଓ ସ୍ୱାତୀ ମେେହେର ନୃତ୍ୟୃ ପରିବେଷଣ କରିଥିଲେ । ଶେଷରେ ଶିବାନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।