ବରଗଡ଼ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିସିଏ ପରୀକ୍ଷାର ଶେଷ ବର୍ଷ ଫଳାଫଳ ପ୍ରକାଶିତ ହୋଇଛି । ଏଥିରେ ଇମ୍ପରିୟଲ କଲେଜର ଛାତ୍ରୀ ଖୁସି ଢ଼ୋଲକିଆ ୯.୦୩ ସିଜିପିଏ ସହ ବିଶ୍ୱବିଦ୍ୟାଳୟର ଟପ୍ପର ହୋଇଛନ୍ତି । ଏହାଛଡା ଏହି କଲେଜର କେ ଦିଲୀପ ୮.୪୬ ସିଜିପିଏ , ଆନନ୍ଦ ଭୋଇ ୮.୩୬ ସିଜିପିଏ , କୋୟଲ ସାହୁ ୮.୩୩ ସିଜିପିଏ , ପୁଷ୍ପଲତା ସାହୁ ୮.୪୪ ସିଜିପିଏ ସହ ମଧ୍ୟ ସଫଳ ହୋଇଛନ୍ତି । ଏଠାରେ ଉଲ୍ଳେଖଯୋଗ୍ୟ ଯେ ଖୁସି ଉଇପ୍ରୋ କଂପାନୀରେ କ୍ୟାମ୍ପସ ସିଲେକସନ ମାଧ୍ୟମରେ ନିଯୁକ୍ତି ପାଇସାରିଛନ୍ତି । ଏହି କଲେଜର ହାରାହାରି ସମସ୍ତ ଛାତ୍ରଛାତ୍ରୀ ବିସିଏରେ ୭.୮୮ ସିଜିପିଏ ରଖି ଏକ ନୂତନ ରେକର୍ଡ ସୃଷଷ୍ଟି କରିଛନ୍ତି ।ସେହିପରି ବିବିଏରେ ମଧ୍ୟ ଶତପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ହାରାହାରି ୬.୫୮ ସିଜିପିଏ ରଖିଛନ୍ତି । ବିବିଏରେ ଏହି କଲେଜର ହିମାଂଶୁ ଅଗ୍ରୱାଲ ୭.୮୬ ସିଜିପିଏ ରଖି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ସେହିପରି ଇଚା ଅଗ୍ରୱାଲ ୭.୫୬ ସିଜିପିଏ , ସ୍ୱାଗତ କୁମାର ପତି ୭.୫୩ ସିଜିପିଏ , ଶ୍ରୀୟା ପନସାରୀ ୭.୨୧ ସିଜିପିଏ ଏବଂ ଅଭିଷେକ ପଣ୍ଡା ୭.୧୦ ସିଜିପିଏ ରଖି ସଫଳ ହୋଇଛନ୍ତି । ଇମ୍ପରିୟଲ କଲେଜର ଛାତ୍ରଛାତ୍ରୀମାନେ ଲଗାତାର ଭାବରେ ବିସିଏ ଓ ବିବିଏ ପରୀକ୍ଷାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଟପ୍ପର ତାଲିକାରେ ସ୍ଥାନ ପାଇ ଆସୁଛନ୍ତି । ଏହି ସଫଳତା ପାଇଁ ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ ଏବଂ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
