ବରଗଡ଼ : ବରଗଡ଼ ସହରର ହାଟପଦା ରାଧାକୃଷ୍ଣ ମନ୍ଦିରରେ ମାତୃଶକ୍ତି ସେବା ସମିତି ତରଫରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଗତ ୮ ତାରିଖରେ ଚାରିକର୍ମ ଏବଂ ୯ ତାରିଖରେ ବ୍ରତୋପନୟନ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୬ ଜଣ ବ୍ରାହ୍ମଣ ବାଳକଙ୍କ ବ୍ରତୋପନୟନ କରାଯାଇଥିଲା । ମାତୃଶକ୍ତି ସେବା ସମିତିର ସଭାନେତ୍ରୀ ସୁଷମା ସିଂ , ଉପସଭାନେତ୍ରୀ ବେଦମତୀ ପ୍ରଧାନ,ସଂପାଦିକା ବନିତା ପ୍ରଧାନ , ରଶ୍ମୀ ଭୋଇ ,ପଙ୍କଜିନୀ ପୁଟେଲ, ବନ ଗିରି ,ସୁଷମା ଦାଶ,ଜୁଲି ପ୍ରଧାନ, ସବିତା ଦାଶଙ୍କ ସମେତ ସମସ୍ତ ସଦସ୍ୟା ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar