ଫୁଲୋ କା ହୋଲି
ବରଗଡ଼ : ଗାଁରୁ ସହର ସବୁଠାରେ ରଙ୍ଗର ପର୍ବ ହୋଲି ଉତ୍ସାହ ଉଦ୍ଦୀପନା ସହକାରେ ପାଳନ ହେଉଛି । ବରଗଡ଼ ସହରର ବିଭିନ୍ନ ସ୍ଥାନରେ ଜନସାଧାରଣ ରଙ୍ଗ ଓ ଅବିର ଲଗାଇ ପରସ୍ପରକୁ ହୋଲିର ଶୁଭେଛା ଜଣାଇଥିଲେ । ଅପରପକ୍ଷେ ବରଗଡ଼ ସହରରେ ଡାକ୍ତର ରାମକୃଷ୍ଣ ପୁରୋହିତ ଏହି ପର୍ବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ।

ଡାକ୍ତର ପୁରୋହିତ ଓ ତାଙ୍କ ପତ୍ନୀ ମମତା ପୁରୋହିତ ନିଜ ଘରୋଇ ହସପିଟାଲ ସମ୍ମୁଖରେ ରାସାୟନିକ ରଙ୍ଗ ଓ ଅବିର ବଦଳରେ ଫୁଲର ହୋଲି ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ, ପଞ୍ଚାୟତ କଲେଜର ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ, ସୁରେଶ୍ୱର ଶତପଥୀଙ୍କ ସମେତ ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତଥା ଜନସାଧାରଣ ସାମିଲ ହୋଇଥିଲେ

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar