ସରଣ୍ଡା : ଅତାବିରା ବ୍ଲକ ସରଣ୍ଡା ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ବାବା ପୀଠରେ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ଓ ମନ୍ଦିର ପରିଚାଳନା କମିଟିର ମିଳିତ ଉଦ୍ୟମରେ ସାମାଜିକ ବନୀକରଣ ଅନୁଷ୍ଠିତ ହୋଇଯାଇଛି ।  ଜାବର ବୟୋଜ୍ୟେଷ୍ଟ ସଦସ୍ୟ ଭୀଷ୍ମଦେବ ପଣ୍ଡା ଏବଂ ମନ୍ଦିର ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ର ମିଳିତ  ଭାବେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।  ଜାଵର ସାଧାରଣ   ସମ୍ପାଦକ ଯୁଧିଷ୍ଟିର ମହାପାତ୍ରଙ୍କ ସଂଯୋଜନାରେ ବନିକରଣକୁ ରବିବାର ଏଠାରେ ଉଦଯାପିତ କରାଯାଇଥିଲା l ଏହି ବୃକ୍ଷ ରୋପଣ ଉଦଯାପନୀ ମହୋତ୍ସବ ରେ ଆୟୋଜକମାନେ ମନ୍ଦିର ପରିସରରେ ବୃକ୍ଷରୋପଣ କରି ମନ୍ଦିର ପାଖରେ ଏକ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟି ହେବା ସହ ପ୍ରାଚୀନ କୀର୍ତ୍ତିରାଜର ସଂରକ୍ଷଣ ଆମର କର୍ତ୍ତବ୍ୟ ହୋଇଥିବାରୁ ଗଛ ଲଗାଇ ତାହାର ଉଚିତ ଯତ୍ନ ନେଇ ଏହି ସ୍ଥାନକୁ ଏକ ଦର୍ଶନୀୟ ସ୍ଥାନ ଭାବରେ ପରିଗଣିତ କରିବାକୁ ସଂକଳ୍ପ ନେଇଥିଲେ । ଏ ଅବସରରେ
ଅତାବିରା ଉଦ୍ୟାନ କୃଷି ସଂପ୍ରସାରଣ ଅଧିକାରୀ ଦେବାଶିଷ ବେହେରା, ସରଣ୍ଡା ବିଶ୍ୱେଶ୍ୱର ବାବା ମନ୍ଦିର ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ର, ଉପ ସଭାପତି ରାଧେଶ୍ୟାମ ମହାପାତ୍ର, ସମ୍ପାଦକ ବିନୋଦ ମେହେର, ସହ – ସମ୍ପାଦକ କୁବେର ପ୍ରଧାନ, କୋଷାଧ୍ୟକ୍ଷ ପ୍ରମୋଦ ମହାପାତ୍ର, ଦାରାସିଂ ମହାପାତ୍ର, ତାଲିମ ପ୍ରାପ୍ତ ମହିଳା ଆତ୍ମସୁରକ୍ଷା ଶିକ୍ଷୟିତ୍ରୀ ପ୍ରିୟ ଦର୍ଶିନୀ ଅର୍ଚନା ବାଗ, ସମାଜସେବୀ କ୍ଷିରେଶ୍ବରୀ ସ୍ୱାଇଁ, ଏବଂ ଓୟୁଜେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବିଜୟ କୁମାର ସାହୁ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟସିଂ ପଧାନ, ସୁରେଶ ଦାଶ, ବ୍ୟୋମକେଶ କର, ଦୁର୍ଗାପ୍ରସାଦ ତ୍ରିବେଦୀ, ହେମନ୍ତ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, ବଦ୍ରୀ ପ୍ରସାଦ ସାହୁ, ହେମନ୍ତ ନାୟକ,ବଳରାମ ବାଗ ସଂଜୀବ ଷଡ଼ଙ୍ଗୀ ପ୍ରମୁଖଙ୍କ ସହ ସମସ୍ତ ବ୍ଲକରୁ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ l

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar