ସୋହେଲା : ସୋହେଲା ବ୍ଳକ କନଗାଁ ପଚାଂୟତ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ଏବଂ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ବୁଦ୍ଧଦେବ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ସ୍କୁଲର ଛାତ୍ରୀମାନେ ଛାତ୍ରମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ ।

ସିଆରସିସି କେଦାରନାଥ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୁଷାରକାନ୍ତ ସାହୁ , ବାଳମୁକୁନ୍ଦ ବାରିକ ସ୍ୱଭାବ କବିଙ୍କ ଜୀବନୀ , ରକ୍ଷାବନ୍ଧନ , ନିଶାମୁକ୍ତ ଭାରତ ଗଠନ, ଆଜାଦୀ କା ଅମୃତ ମହୋତ୍ସବ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ତୁଳସୀ ପାଣି ପରିଚୟ ପ୍ରଦାନ ଏବଂ ରୁକ୍ମଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar