ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇଂପରିୟଲ କଲେଜଠାରେ ସପ୍ତାହ ବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ମଙ୍ଗଳବାର ଏହାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଥମ ଦିବସରେ କାର୍ଯ୍ୟକ୍ରମ ‘ମା ତୁଝେ ସଲାମ’ ରେ ପୂର୍ବତନ ସାମରିକ ଅଧିକାରୀ ବସନ୍ତ ମହାକୁର , ଶିକ୍ଷାବିତ ମନୋରଞ୍ଜନ ସାହୁ ଓ ମୋହନ ସାହୁ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଦ୍ଵତୀୟ ଦିବସରେ ଆୟୋଜିତ ଗାନ୍ଧୀ ଭଜନ କାର୍ଯ୍ୟକ୍ରମ ରାଧେଶ୍ୟାମ ନାୟକ ଓ ଶିବନାରାୟଣ ସେଟ ଙ୍କ ସଂଯୋଜନାରେ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ ଓ କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପିକା ହରିପ୍ରିୟା ସାହୁ , ବସୁନ୍ଧରା ଦୀପ ଓ ଛାତ୍ରୀ ଇଛା ଅଗ୍ରୱାଲ , ଦୀପ୍ତିରେଖା ସାହୁ ସଙ୍ଗୀତ ପରିବେଷଣ କରିଥିଲେ । ଅଗଷ୍ଟ ୧୫ ପର୍ଯ୍ୟନ୍ତ କଲେଜରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଚାଲିବ ବୋଲି ଚେୟାରମ୍ୟାନ ଦୀପକ ଗୋୟଲ ସୂଚନା ଦେଇଛନ୍ତି ।
