ବରଗଡ଼ : ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଇମ୍ପିରୟଲ କଲେଜର ଶିକ୍ଷା ଓ ରାଜନୀତି ବିଜ୍ଞାନ ସମ୍ମାନର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ଶିକ୍ଷା ସମ୍ମାନରେ କଲେଜର ଛାତ୍ରୀ ମୀନତି ବେହେରା ୯.୪୬ ସିଜିପିଏ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେହିପରି ନାରାୟଣ ପାଣ୍ଡେ ଦ୍ୱିତୀୟ ସ୍ଥାନ ଓ ବିଶ୍ୱନାଥ ବେହେରା ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ରାଜନୀତି ବିଜ୍ଞାନରେ ମଧ୍ୟ ଚାରି ଜଣ ଛାତ୍ର ୮ ସିଜିପିଏରୁ ଉର୍ଦ୍ଧ୍ୱ ମାର୍କ ରଖିଛନ୍ତି । କଲେଜର ଏହି ସଫଳତା ପାଇଁ ଚେୟାରମେନ ଦିପକ ଗୋୟଲ ଓ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published.

error: Content is protected !!