ସରଣ୍ଡା : ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟର ସ୍ଥଳୀ ଭାବରେ ପରିଚିତ୍ ପଶ୍ଚିମ୍ ଓଡିଶାର ପରବ ସମ୍ବଲପୁରୀ ଦିନ୍ l ଦିନକୁ ଦିନ ଏସବୁ ଲୁକ୍କାୟିତ ହୋଇଯାଉଛି l ତେବେ ଲୁକ୍କାୟିତ ସଂସ୍କୃତିକୁ ଉଜ୍ଜବିତ କରିବାର ଖୋରାକ ଯୋଗାଇଛି ଆଜିର ଏହି ସମ୍ବଲପୁରୀ ଦିନ୍ ବୋଲି ବରଗଡ଼ ଜିଲା ଅତାବିରା ବ୍ଲକ ଲାଦେରପାଲିସ୍ଥିତ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ଜନ କଲ୍ୟାଣ କୁଳିତା ସମାଜ ପକ୍ଷରୁ ଅନୁଷ୍ଠିତ ସମ୍ୱଲପୁରୀ ଦିନ ମହୋତ୍ସବରେ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି l ସମ୍ବଲପୁରୀ ଭାଷା ସାହିତ୍ୟର୍ ଉଚ୍ଚକୋଟୀର୍ ପ୍ରଚାର୍ ,ପ୍ରସାର୍ କରିଥିବାର୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ୧ ଅଗଷ୍ଟକୁ  ସମ୍ବଲପୁରୀ ଦିନ ଭାବେ ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଆସୁଛି l
ଏହି ଅବସରରେ ଅତାବିରାରେ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସମ୍ବଲପୁରୀ ଦିନ ଉତ୍ସବରେ ଜନ କଲ୍ୟାଣ କୁଲତା ସମାଜର ସଭାପତି ଦିବାକର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ ସଂଯୋଜନା କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ ଅଭିନେତ୍ରୀ ତଥା ଅବସପ୍ରାପ୍ତ ପ୍ରଶାସନିକ କଣ୍ଠଶିଳ୍ପୀ ତପସ୍ୱିନୀ ଗୁରୁ,  ସଂମ୍ମାନିତ ଅତିଥିଭାବେ ବ୍ୟଙ୍ଗକବି ଦେବେନ୍ଦ୍ର ସାହୁ, ସତ୍ୟବାନ ଖମାରୀ, କେତନ ରଣା ପ୍ରମୁଖ ଯୋଗ ଦେଇଥିବା ବେଳେ ଦଖିଳ ପ୍ରଧାନ ଓ ସୁମନ୍ତ ସାହୁ ସାସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁରୀ ବ୍ୟଙ୍ଗକବି ମନୋରଞ୍ଜନ ଲୁହା, କିଶୋର ଚନ୍ଦ୍ର ପାତ୍ର ପ୍ରମୁଖ ପ୍ରମୁଖ ମଞ୍ଚ ଦୁଲକାଇ ଥିଲେ ତାଙ୍କ ସମ୍ବଲପୁରୀ କାବ୍ୟ କବିତାରେ l ଅନୁଷ୍ଠାନ ପକ୍ଷରୁ ଲେଥା  ପ୍ରଦର୍ଶନୀ ରେ ଅଂଚଳର ୫୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ l
Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar