ରେମଣ୍ଡା : ବରଗଡ଼ ବୈଷ୍ଣାଦେବୀ ମନ୍ଦିର ପାଦଦେଶରେ ସାମ୍ବାଦିକ ସଂଘ ଏବଂ ବନ ବିଭାଗ ସହଯୋଗରେ କରାଯାଇଥିବା ସଂଗ୍ରାମୀ ସ୍ମୃତିବନ ପାଇଁ ସଂଗ୍ରାମୀ ରେମଣ୍ଡାରୁ ମାଟି ନିଆଯାଇଥିଲା । ରେମଣ୍ଡା ଗ୍ରାମର ୧୫ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଘରୁ ମାଟି ସଂଗ୍ରହ କରାଯାଇ ନିଆଯାଇଥିଲା ।

ବରଗଡ଼ ସାମ୍ବାଦିକ ସଂଘର ନିମନ୍ତ୍ରଣକ୍ରମେ ରେମଣ୍ଡା ସରପଂଚ ଉଦ୍ଧବ ବାରିକଙ୍କ ନେତୃତ୍ୱରେ ମଙ୍ଗଲୁ ପ୍ରଧାନ ସ୍ମୃତି ସଂସଦର ସଦସ୍ୟ ଗଙ୍ଗାଧର ମେହେର, ସାମ୍ବାଦିକ ହେମନ୍ତ ନାୟକ, ମୋହନ ଦୋରା, ଫକିର ମେହେର ପ୍ରମୁଖ ସଂଗ୍ରାମୀଙ୍କ ଘରୁ ମାଟି ସଂଗ୍ରହ କରି ସଂଗ୍ରାମୀ ସ୍ମୃତିବନକୁ ପହଂଚିଥିଲେ । ସେଠାରେ ବରଗଡ଼ ସାମ୍ବାଦିକ ସଂଘ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେହିପରି ଜିଲ୍ଳାର ସମସ୍ତ ସଂଗ୍ରାମୀ ପୀଠରୁ ମାଟି ସଂଗ୍ରାମୀ ସ୍ମୃତିବନକୁ ପହଂଚିଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar