ସୋହେଲା : ସୋହେଲାଠାରେ ଶିଶୁ କିଶୋର ପତ୍ରିକା ‘ଚନ୍ଦରଉଦିଆଁ’ ର ପାଠକାର୍ପଣ ଉଛବ୍ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ବିକାଶ ପ୍ରକାଶନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପତ୍ରିକାର ଜୁଲାଇ ସଂଖ୍ୟାକୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଅଧ୍ଯାପକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି  ଡାକ୍ତର ଶିଶିର କୁମାର ସାହୁ, ମୁଖ୍ୟ ବକ୍ତା  ନାଟ୍ଯକାର ତେଜୁରୁ ବାରିକ ଏବଂ ସମ୍ମାନିତ ଅତିଥି  ଡ. ସୁବାସ ମେହେର, ଅଧ୍ଯାପକ ସୁକୁମାର ଭୋଇ, ନରେନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଭାନୁ ମହାନ୍ତି, ମଞ୍ଜୁ ଦେବୀ, ଗୌରଚରଣ ପଧାନ, ରାଜେଶ କାରିଆ, ଶେଖ୍ ଜଲିଲ୍, ଉମେଶ ପଧାନ, ଗିର୍ଜେଶ ଖାଡଙ୍ଗା ଯୋଗ ଦେଇ ଶିଶୁ ସାହିତ୍ୟ ଉପରେ ନିଜର ମତ ଉପସ୍ଥାପନ କରିଥିଲେ।

କେଦାରନାଥ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସଂପାଦକ ବିକାଶ ଚନ୍ଦ୍ର ସାହୁ ଅତିଥି ପରିଚୟ , କବି ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar