ଭଟଲି : ପଶ୍ଚିମ ଓଡ଼ିଶା ଶ୍ରୀ କ୍ଷେତ୍ର ଦଧିବାମନ ଧାମ ଭଟଲି ଶ୍ରୀମନ୍ଦିର ଠାରେ ଶ୍ରୀ ଦଧିବାମନ ସ୍ୱାମୀଙ୍କ ନୂଆଁଖାଇ ଲଗ୍ନ ନିରୁପଣ କରିବା ପାଇଁ ଟ୍ରଷ୍ଟ ବୋର୍ଡର ଆହ୍ୱାନକ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ଦଧିବାମନ ମୁକ୍ତି ମଣ୍ଡପ ପଣ୍ଡିତ ତଥା ଆଞ୍ଚଳିକ ପଣ୍ଡିତମାନଙ୍କ ଦ୍ୱାରା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଇ ବୈଠକର ଶୁଭାରମ୍ଭ ହୋଇଥିଲା । ଉକ୍ତ ବୈଠକରେ ଆଗାମୀ ଭାଦ୍ରବ ଶୁକ୍ଲ ପଞ୍ଚମୀ ରବିବାର ୮ ତାରିଖ ସକାଳ ୯ ଟା ୧୨ ମିନିଟ ଗତେ ଏବଂ ୯ ଟା ୨୬ ମିନିଟ ମଧ୍ୟେ ଶ୍ରୀ ଦଧିବାମନଙ୍କୁ ନୂଆଁଭୋଗ ଅର୍ପଣ କରାଯିବାର ସ୍ଥିରୀକୃତ କରାଯାଇଛି । ଦଧିବାମନ ମୁକ୍ତି ମଣ୍ଡପ ସଭାପତି ପଣ୍ଡିତ ନେହେରୁଲାଲ ଶତପଥୀ, ସମ୍ପାଦକ ପଣ୍ଡିତ ଗୌରଚନ୍ଦ୍ର ରଥ ସମେତ ଆଞ୍ଚଳିକ କର୍ମକାଣ୍ଡିୟ ପଣ୍ଡିତ ମାନଙ୍କ ଉପସ୍ଥିତିରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!