ବରଗଡ଼ : ବରଗଡ଼ରୁ ଭୁବନେଶ୍ୱରକୁ ସକାଳୁଆ ଟ୍ରେନ ଏବଂ ନୂଆଦିଲ୍ଳୀ ପାଇଁ ସିଧାସଳଖ ରେଳସେବା ଯୋଗାଇ ଦେବାକୁ ବରଗଡ଼ ଜିଲ୍ଳା ରେଲ ଉପଭୋକ୍ତା ସଂଘ ତରଫରୁ ଦାବି ହୋଇଛି । ଏ ନେଇ ସଂଘର ସଦସ୍ୟମାନେ ସମ୍ବଲପୁର ରେଲ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି । ବଲାଙ୍ଗୀରରୁ ଭୁବନେଶ୍ୱର ଭାୟା କଟକ ଦେଇ ଏକ ନୂତନ ଟ୍ରେନ କିମ୍ବା ସମ୍ବଲପୁର -ପୁରୀ ଇଣ୍ଟରସିିଟିକୁ ବରଗଡ଼ କିମ୍ବା ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ବରଗଡ଼ ଜିଲ୍ଳା ରେଲ ଉପଭୋକ୍ତା ସଂଘ ତରଫରୁ ଦାବି କରାଯାଇଛି । ସେହିପରି ରାୟଗଡା/କୋରାପୁଟ/ଜଗଦଲପୁରରୁ ନୂଆଦିଲ୍ଲୀ ଭାୟା ଟିଟିଲାଗଡ ଓ ସମ୍ବଲପୁର ଦେଇ କିମ୍ବା ସପ୍ତାହରେ ତିନିଦିନ ଚାଲୁଥିବା ବିଶାଖାପାଟଣା-ଅମୃତସର ‘ହୀରାକୁଦ’ ଏକ୍ସପ୍ରେସକୁ ସପ୍ତାହର ଅବଶିଷ୍ଟ ଚାରିଦିନ ରାୟଗଡା, ଟିଟିଲାଗଡ ଓ ସମ୍ବଲପୁର ଦେଇ ଚଳାଚଳ ଦାବି କରାଯାଇଛି  । ଏହାଦ୍ୱାରା ବର୍ତ୍ତମାନ ରୁଟ ଅପେକ୍ଷା ୨୨୭ କି.ମି ଦୂରତା ହ୍ରାସ ପାଇବ। ଆଲୋଚନାରେ ସଂଘର ସଭାପତି ପ୍ରଦୀପ ଦେବତା, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!