ଭଟଲି : ଭଟଲି ଦଧିବାମନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଳକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବିଇଓ ସରୋଜ କୁମାର ଭୁଏ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଉଦଯାପନୀ ସଭାରେ ବ୍ଳକ ଚେୟାରମ୍ୟାନ ନିତ୍ୟାନନ୍ଦ ପ୍ରଧାନ ମୁଖ୍ଯ ଅତିଥି ଓ  ଏଡିଇଓ ଜ୍ଯୋତିକାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ ବ୍ଲକରୁ ମୋଟ ୯୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ନୀଲଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିବମ ମହାପାତ୍ର, ଭଟଲି ଓଡିଶା ଆଦର୍ଶ ବିଦ୍ୟାଳୟ ନିୟତି ନିହାରିକା ସାହୁ ,ଖରସଲ ସରକାରୀ ଉଚ୍ଚ ବିଦ୍ୟାଳୟ ଗୌରୀ ବିଭାର,କମଗାଁ ସରକରୀ ଉଚ୍ଚ ବିଦ୍ୟାଳୟ ନୈନା ପ୍ରଧାନ , ମୁଲବାର ଶକୁନ୍ତଳା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ସମ୍ବିତ କୁମାର ସାହୁ  ଓ ତେଜାଗୋଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରତିଭା ସାହୁ ଛଅଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ପରେ ପରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମରେ କୁଇଜ,ବିଜ୍ଞାନ ଗଣିତ ଅଲିମ୍ପିଆଡ,ବିଜ୍ଞାନ ପ୍ରକଳ୍ପ ରେ ମନୋନୀତ ହୋଇ ଥିବା ଛାତ୍ର ଛାତ୍ରୀ, ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ର ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପାଇଥିବା ଛାତ୍ରଛାତ୍ରୀ ତଥା ଜାତୀୟସ୍ତରକୁ ମନୋନୀତ ହୋଇ ଥିବା ନୂଆଗଡ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ର କାହ୍ନା ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସମସ୍ତ ସିଆରସିସି,ଉପେନ୍ଦ୍ର ଖମାରୀ, ସଞ୍ଜିବ ଷଡଙ୍ଗୀ, କୁଲମଣି ଭୋଇ, ସହଦେବ ପଧାନ, ଯୋଗେଶ ସାହୁ, ପ୍ରଦୀପ ଷଡଙ୍ଗୀ ତଥା ବ୍ଲକର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଦଧିବାମନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Share now
One thought on “ଭଟଲି ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ”

Leave a Reply to Alekha Meher Cancel reply

Your email address will not be published. Required fields are marked *

error: Content is protected !!
This is default text for notification bar