ବରଗଡ : ପଞ୍ଚାୟତ ମହାବିଦ୍ୟାଳୟଠାରେ କ୍ୟାରିୟର କାଉନସିଲିଂ ସେଲ୍ ପକ୍ଷରୁ ଆତ୍ମନିର୍ଭର ହୋଇ ନିଜସ୍ୱ ବ୍ୟବସାୟରେ ସଫଳତା ଲାଭ କରିବା ସହିତ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପତିତପାବନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଇଂ ଉମେଶ ଅଗ୍ରୱାଲ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସୋନପୁର ଜିଲ୍ଳାର ଦିଗଶିରା ପରି ଏକ ଛୋଟ ଗ୍ରାମରୁ ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି ପରେ ଇଞ୍ଜିନିୟରିଂ ଗ୍ରାଜୁଏଟ ହେବା ସହ ଚାକିରୀର ମୋହ ତ୍ୟାଗ କରି କିପରି ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି ସେ ବିଷୟରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ । ଅଧ୍ୟବସାୟ ଓ ନିଷ୍ଠା ବଳରେ ସମାଜରେ ଯେ କୌଣସି କ୍ଷେତ୍ରରେ ସମାଜରେ ସଫଳ ହେବ ବୋଲି ନିଜର ଉଦବୋଧନରେ କହିଥିଲେ । ଅଧ୍ୟାପକ ଉମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar