ବରଗଡ଼ : ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ଦେଶର ଅଗ୍ରଣୀ ସଂସ୍ଥା ହୁଲ୍ଳା ଡେକ୍ ପକ୍ଷରୁ ଇମ୍ପରିୟଲ କଲେଜକୁ ପରିବେଶ ସୁରକ୍ଷା ପାଇଁ ସମ୍ମାନିତ କରାଯାଇଛି । କୋଲକୋତାର ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନେସଲାଲ ଠାରେ ଅନୁଷ୍ଠିତ ଏକ ଜାତୀୟସ୍ତରର କାର୍ଯ୍ୟକ୍ରମରେ କଲେଜକୁ ଗ୍ରୀନ ଆୱାଡରେ ସମ୍ମାନିତ କରାଯାଇଥିଲା । କଲେଜର ପ୍ରତିନିଧିତ୍ୱ କରି ରୋନକ ଅଗ୍ରୱାଲ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଠାରେ ଉଲ୍ଳେଖ ଯୋଗ୍ୟ ଯେ ହୁଲ୍ଳା ଡେକ୍ ପକ୍ଷରୁ କଲେଜ ପରିସରରେ ଏକ ଇଲୋକଟ୍ରୋନିକ୍ସ ବଜ୍ୟବସ୍ତୁର ସଂଗ୍ରହ କେନ୍ଦ୍ର ଖୋଲାଯାଇଛି । ଏଥିରେ ବିଭିନ୍ନ ଅକାମୀ ଇଲେକଟ୍ରୋନିକ୍ସ ସାମଗ୍ରୀକୁ ଅଲିଆ ଆବର୍ଜନାକୁ ପିଙ୍ଗା ନ ଯିବାକୁ ଜନସଚନେତା ସୃଷ୍ଟି କରାଯାଇଥାଏ । ଏହାଛଡା ଏହାକୁ ସଂଗ୍ରହ କରି ପୁନଃବ୍ୟବହାର ଯୋଗ୍ୟ କରିବା ପାଇଁ ପଠାଯାଇଥାଏ । କଲେଜର ଚେୟାରମେନ ଦିପକ ଗୋୟଲ , ପ୍ରିନସିପାଲ ଦୁର୍ଗେଶ ଶତପଥୀ ଜନସାଧାରଣଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ।