ପାଇକମାଲ : କରୋନା ସଂକ୍ରମଣ ଯୋଗୁଁ ପଶ୍ଚିମ ଓଡିଶାର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠରେ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ହରିହର ପଙ୍ଗତ ପୁଣି ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ ଯେ କାହିଁ କେଉଁ କାଳରୁ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ହରିହର ପଙ୍ଗତ ଲାଗୁ ହେଉଥିବା ବେଳେ ପ୍ରତ୍ୟେକ ଦିନ ଉକ୍ତ ଭୋଗକୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ମାଗଣାରେ ଦିଆଯାଇଥାଏ ।

କୋଭିଡ କଟକଣା ଯୋଗୁଁ ୨୦୨୦ ମାର୍ଚ୍ଚ ୧୭ ରୁ ହରିହର ପଙ୍ଗତକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଥିଲା ।  ଗତ ଗତ ବର୍ଷ ୨୦୨୧ ଜାନୁୟାରୀ ୬ ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ହରିହର ପଙ୍ଗତ ଦିଆଯାଇଥିବା ବେଳେ ପୁର୍ନବାର ତାହା ବନ୍ଦ ରହିଥିଲା ।

କୋଭିଡ କଟକଣା ଧିରେ ଧିରେ କୋହଳ ହେବା ପରେ ସ୍ଥାନୀୟ ପ୍ରଶାସନ , ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମଧ୍ୟରେ ଆଲୋଚନା ହେବା ସହ ଗୁରୁବାରରୁ ପୁଣି ଥରେ ହରିହର ପଙ୍ଗତ ଆରମ୍ଭ କରାଯାଇ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା । ଦୀର୍ଘ ଦିନ ପରେ ଶ୍ରଦ୍ଧାଳୁ ଭକ୍ତ ପୁଣି ଥରେ ହରିହର ପଙ୍ଗତ ପାଇପାରିଥିବାରୁ ସେମାନେ ନିଜକୁ ସୌଭାଗ୍ୟ ମନେ କରୁଛନ୍ତି ।

Leave a Reply

Your email address will not be published.

error: Content is protected !!