ବରଗଡ଼ : ପଚାଂୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପତିତପାବନ ସାହୁଙ୍କୁ ଚଳିତ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଭାବେ ମନୋନୀତ କରାଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟାରଙ୍କ ପତ୍ର ସଂଖ୍ୟା ୧୦୩୧ ଅନୁସାରେ ଶ୍ରୀ ସାହୁ ଓ ରାଉରକେଲା ସରକାରୀ ଅଟୋନୋମସ କଲେଜର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ବେହେରାଙ୍କୁ ଏହି ନୂତନ ସିଣ୍ଡିକେଟ ସଦସ୍ୟ ଭାବରେ ମନୋନୀତ କରାଯାଇଛି । ତାଙ୍କର ଏହି ମନୋନୟନ ଯୋଗୁଁ ପଚାଂୟତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ।

One thought on “ପ୍ରଫେସର ପତିତପାବନ ସାହୁ ସିଣ୍ଡିକେଟ ସଦସ୍ୟ ମନୋନୀତ”
  1. ବିଳମ୍ବରେ ହେଲେ ବି ଅଭିନନ୍ଦନ ଜଣାଉଛି ପତିତ ! ଏହା ଆମ କଲେଜ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ! ମା ସମଲେଇ ସପରିବାର କୁଶଳରେ ରଖନ୍ତୁ ! ତୁମେ ଏଭଳି ଆହୁରି ଅଧିକ ଉଚ୍ଚ ସମ୍ମାନଜନକ ପଦବୀରେ ଅଧିଷ୍ଠିତ ହୁଅ, ମା ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ।

Leave a Reply

Your email address will not be published.

error: Content is protected !!