ବରଗଡ଼ : ବରଗଡ଼ ଶକ୍ତି ନଗରର ୨୨ ବର୍ଷୀୟ ଛାତ୍ର କୌଶିକ ମିଶ୍ରଙ୍କୁ ଲଣ୍ଡନର ଫେସବୁକ କଂପାନୀ ଚାକିରୀର ଅଫର ଦେଇଛି । ଶକ୍ତିନଗର ବାସିନ୍ଦା ଧର୍ମେନ୍ଦ୍ର ପ୍ରକାଶ ମିଶ୍ର ଏବଂ ମିନତୀ ମିଶ୍ରଙ୍କ ପୁଅ କୌଶିକ ବର୍ତମାନ ଏବେ ରାୟପୁର ସ୍ଥିତ ଏନଆଇଟିରେ କଂପ୍ୟୁଟର ସାଇନ୍ସର ଶେଷ ବର୍ଷ ଛାତ୍ର । କୌଶିକ ମିଶ୍ର ଅନଲାଇନରେ ଫେସବୁକ କଂପାନୀର ଇନ୍ଟରଭିୟୁ ଦେଇଥିଲେ । ଗତ ଦୁଇମାସ ହେବ ସେ ପାଂଚଟି ରାଉଣ୍ଡରେ ଏହି ଇନ୍ଟରଭିୟୁ ଦେଇଥିବା ବେଳେ ଲଣ୍ଡନ ସ୍ଥିତ ଫେସବୁକ କଂପାନୀ ତାଙ୍କୁ ଚୟନ କରି ଚାକିରୀର ଅଫର ଦେଇଛି । ଯାହାକୁ ନେଇ କୌଶିକଙ୍କ ପାଖକୁ ବିଭିନ୍ନ ମହଳରୁ ପ୍ରଶଂସାର ସୁଅ ଛୁଟିଛି ।

One thought on “ଫେସବୁକ କଂପାନୀ ଦ୍ୱାରା ବରଗଡର ଛାତ୍ର କୌଶିକଙ୍କୁ ଚାକିରୀ ଅଫର ।”

Leave a Reply

Your email address will not be published.

error: Content is protected !!