ବରଗଡ଼ : ଶନିବାର ବରଗଡ଼ ଜିଲ୍ଳାର ବିଭିନ୍ନ ସ୍ଥାନରେ ଶ୍ରୀ ପଚଂମୀ ତଥା ବାଗଦେବୀ ସରସ୍ୱତୀଙ୍କ ପୂଜନୋତ୍ସବ ଉତ୍ସାହ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି । ଏ ଅବସରରେ ଜିଲ୍ଳାର ବିଭିନ୍ନ ସ୍ଥାନରେ ଛୋଟ ଶିଶୁମାନଙ୍କୁ ଖଡି ଛୁଆଁ ଯିବା ସହ ପ୍ରଥମ କରି ସ୍କୁଲ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବହୁ ପୁରାତନ କାଳରୁ ଛୋଟ ଶିଶୁମାନଙ୍କୁ ଆଜିର ଦିନରେ ଖଡି ଛୁଆଁ ଯାଉଥିବା ବେଳେ ପ୍ରଥମ କରି ଶୂନ ଏବଂ ଓମ୍ ଲେଖି ସେମାନଙ୍କୁ ଶିକ୍ଷାଦାନ ଆରମ୍ଭ କରାଯାଉଥିଲା । ଯାହାକି ଏବେ ବରଗଡ଼ ଜିଲ୍ଳାର ବିଭିନ୍ନ ଅଚଂଳରେ ଅନୁଷ୍ଠିତ ହେଉଥିବା ବେଳେ ଅଭିଭାବକମାନେ ନିଜ ଶିଶୁମାନଙ୍କୁ ସ୍କୁଲ ଆଣି ବାଗଦେବୀ ସରସ୍ୱତୀଙ୍କ ପୂଜନୋତ୍ସବରେ ସାମିଲ ହୋଇ ଖଡି ଛୁଆଁଇ ଥିଲେ ।

Leave a Reply

Your email address will not be published.

error: Content is protected !!