ବରଗଡ଼ : ପୁରୁଣା କାରରେ ପାଠାଗାର । ତାହା ପୁଣି କଲେଜ ପରିସରରେ । ଏପରି ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ବରଗଡ଼ ଇମ୍ପିରୟଲ କଲେଜ ପକ୍ଷରୁ । ଏହି କାରରେ ପୁରୁଣା ଟିଭି କେବିନେଟ ,ମାଇକ୍ରୋୱେଭ ପରି ପୁରୁଣା ଜିନିଷକୁ ବ୍ୟବହାର କରାଯାଇ ପୁସ୍ତକ ରଖିବା ପାଇଁ କାର ଭିତରେ ଆଲମୀରା ନିର୍ମାଣ କରାଯାଇଛି । ଇମ୍ପରିୟଲ କଲେଜ ପରିସରରେ ଥିବା ସରସ୍ୱତୀ ବାଟିକାଠାରେ ଥିବା ଏହି କାରରୁ ବହି ନେଇ ଏହାର ଆଖପାଖ ଅଚଂଳରେ ବହି ଗୁଡିକ ପଢ଼ା ଯାଇପାରିବ । କଲେଜରେ ଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ପ୍ରଗତି କ୍ଳବ ପକ୍ଷରୁ ଏହି ପ୍ରକଳ୍ପକୁ ସରସ୍ୱତୀ ପୂଜା ଦିନ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚେୟାରମେନ ଦିପକ ଗୋୟଲଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!