ବରଗଡ଼ : ସମ୍ବଲପୁର ବିଶ୍ୱବିଦ୍ୟାଳୟର କଳା ବିଭାଗର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାରରେ ଇମ୍ପରିୟଲ କଲେଜର ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରି ୬ ଜଣ ଦଶ ଏସଜିପିଏ ରଖିବା ପାଇଁ ସମର୍ଥ ହୋଇଛନ୍ତି । ଦ୍ୱିତୀୟ ସେମିଷ୍ଟାରରେ ଶିକ୍ଷା ସମ୍ମାନରେ ମନସ୍ୱିନୀ ମିଶ୍ର , ନୈନା ପ୍ରଧାନ , ଦୀପ୍ତିରେଖା ସାହୁ ଓ ରାଜନୀତି ବିଜ୍ଞାନ ସମ୍ମାନରେ ଟିଟୁ କୁମାର ମୁନା , ଚତୁର୍ଥ ସେମିଷ୍ଟାରରେ ଶିକ୍ଷା ସମ୍ମାନରେ ମୀନତି ବେହେରା ଓ ନାରାୟଣ ପାଣ୍ଡେ ଦଶ ଏସଜିପିଏ ରଖିଛନ୍ତି ।

ଏହାଛଡା ଶିକ୍ଷା ଓ ରାଜନୀତି ବିଜ୍ଞାନ ସମ୍ମାନରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ନଅ ଏସଜିପିଏ ଉପରେ ମାର୍କ ରଖିଛନ୍ତି । ସେମାନଙ୍କର ଏହି ସଫଳତା ପାଇଁ କଲେଜର ମୁଖ୍ୟ ଦିପକ ଗୋୟଲ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published.

error: Content is protected !!