ବରଗଡ -କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଓ ସିବିଏସଇ(ଦିଲ୍ଲୀ) ଦ୍ୱାରା ପରିଚାଲିତ ଜାତୀୟସ୍ତରୀୟ ‘ବୀର ଗାଥା’ ପ୍ରତିଯୋଗିତାରେ ବରଗଡ ରୋଟାରୀ ପବ୍ଲିକ ସ୍କୁଲ ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ର ଇଶାନ କୁମାର ନନ୍ଦ ଚିତ୍ରାଙ୍କନ ପାଇଁ କୃତିତ୍ୱ ହାସଲ କରି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି । ପ୍ରକାଶ ଥାଉକି ଜାତିୟ ସ୍ତରରେ ୨୫ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇ ଜାନୁୟାରୀ ୨୫ ତାରିଖରେ ଦିଲ୍ଲୀରେ ପୁରସ୍କୃତ ହେବେ । ସେମାନଙ୍କ ମଧ୍ୟରୁ ଓଡିଶାର ୪ ଜଣ ଛାତ୍ରଛାତ୍ରୀ ଥିଲେ । ସେଥିମଧ୍ୟରୁ ବରଗଡ ଜିଲ୍ଲା ରୋଟାରୀ ପବ୍ଲିକ ସ୍କୁଲର ଛାତ୍ର ଇଶାନ କୁମାର ନନ୍ଦ ଅନ୍ୟତମ । ପ୍ରତିରକ୍ଷା ମନ୍ତ୍ରାଳୟର ସ୍ୱତନ୍ତ୍ର ଅତିଥି ଭାବେ ଭିଆଇପି ଗ୍ୟାଲେରିରେ ବସି ରାଜପଥ ଗଣତନ୍ତ୍ର ଦିବସ ପରେଡ୍ ଉପଭୋଗ କରିବେ । ଏହି କୃତିତ୍ୱ ପାଇଁ ସ୍କୁଲ ଚେୟାରମ୍ୟାନ ସମର ଭଟ୍ଟାଚାର୍ଯ୍ୟ, ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ର, କଳା ଶିକ୍ଷକ କୁଶ ଭୁୟାଁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିବାଦନ ଜଣାଇଛନ୍ତି ।