ବରଗଡ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଵିବିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ସ୍ଥାନୀୟ ବିଦ୍ୟାବିହାରସ୍ଥିତ  ଇମ୍ପେରିଆଲ କଲେଜର ପ୍ରଥମ ସେମିଷ୍ଟାରରେ ଛଅଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ପ୍ରଥମ ସ୍ଥାନରେ କାହ୍ନାଚରଣ ପଣ୍ଡା ୯.୩୦ ଏସଜିପିଏ, 

ତୃତୀୟ ସ୍ଥାନରେ କୁନାଲ ଝାୱର୍ ଓ ସିଦ୍ଧାନ୍ତ ଅଗ୍ରୱାଲ  ୯.୦୦ ଏସଜିପିଏ  ଏବଂ ପଞ୍ଚମ ସ୍ଥାନରେ ଲାଡଲି ପାତ୍ର ,ପ୍ରୀୟାଂଶୁ ଭଗତ ,ଅକ୍ଷତ ଅଗ୍ରୱାଲ ୮.୭୦ ଏସଜିପିଏ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ପଞ୍ଚମ ସେମିଷ୍ଟାରରେ ମଧ୍ୟ ଶ୍ରେଷ୍ଠ ୧୦ ଜଣରେ ଚାରି ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ପ୍ରଥମ ସ୍ଥାନରେ ଶଶି ଅଗ୍ରୱାଲ ୯.୮୦ ଏସଜିପିଏ , ଦ୍ଵିତୀୟ ସ୍ଥାନରେ ଇଶା ଧନୁକା  ୯.୬୦ ଏସଜିପିଏ,ତୃତୀୟ ସ୍ଥାନରେ ଦିବ୍ୟା ମୋଦୀ ୯.୪୦ ଏସଜିପିଏ ଏବଂ   ସୌରଭ କୁମାର ମେହେର ୯.୦୦ ଏସଜିପିଏ  ସହ ସପ୍ତମ ସ୍ଥାନରେ ରହିଛନ୍ତି। ଏହି ସଫଳତା ପାଇଁ କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ୍ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar