ବରଗଡ଼-ଇମ୍ପରିୟଲ କଲେଜରେ କରୋନା ମହାମାରୀ ପରେ ପୁଣି ଅପଲାଇନ ଶ୍ରେଣୀ ଆରମ୍ଭ ହୋଇ ଚତୁର୍ଥ ସେମିଷ୍ଟାରର ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଦୁର୍ଗେଶ ଶତପଥୀ , ଆୟୁଷ ମଜୁମଦାର , ଅଧ୍ୟାପିକା ହରିପ୍ର୍ରିୟା ସାହୁ , ଯୁକ୍ତି ଅରୋରା ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀଙ୍କ ଦ୍ୱାରା ସ୍ମୃତି ଶକ୍ତିର ବିକାଶ ପାଇଁ ‘ ଦ ନେମ୍ ଗେମ୍‌’ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରୋନକ ଅଗ୍ରୱାଲ ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!