ବରଗଡ଼-ବରଗଡ଼ ମହିଲା ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ନବାଗତା ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ନିୟମାବଳୀ , ଶୃଙ୍ଖଳା, ପାଠ୍ୟ ଖସଡା ସମେତ କୋଭିଡ ଗାଇଡ ଲାଇନ ଆଦି ବିଭିନ୍ନ ଦିଗ ଉପରେ ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରୀମାନଙ୍କୁ ଅବଗତ କରିଥିଲେ । ଏହି ଉତ୍ସବରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ସୁନିଲ ଦେବତାଙ୍କ ସମେତ ଅଧ୍ୟାପକ ଅଧ୍ୟାପିକାମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!