ବରଗଡ଼-ବରଗଡ଼ ମହିଳା ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟଅତିଥି , ବ୍ଳଡ ବ୍ୟାଙ୍କର ମୁଖ୍ୟ ଡକ୍ଟର ଏସକେ କର ଏବଂ ଡକ୍ଟର ରାଜେଶ ପାଢ଼ୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନିଲ କୁମାର ଦେବତା , ପ୍ରାଧ୍ୟାପକ ସନ୍ତୋଷ ପଣ୍ଡା, ପ୍ରାଧ୍ୟାପକ ଦଧିବାମନ ଦାଶଙ୍କ ସମେତ ସଂକଳ୍ପ ପରିବାର ଓ ନିଷ୍ଠା ପରିବାରର ସଦସ୍ୟମାନେ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଅଧ୍ୟାପିକା ରୀନା କୁମାରୀ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!