ବରଗଡ : ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାରରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଛାୟାକାନ୍ତ ଷଡଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଗାନ୍ଧିଜୀଙ୍କୁ ପୃଥିବୀର ଜଣେ ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ ଏବଂ ସର୍ବଧର୍ମ ସମନ୍ୱୟର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ । ପାଠାଗାରର ସଭାପତି ଅରୁଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟପ୍ରକାଶ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରଗଡ଼ ବିଧାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଏ ଅବସରରେ ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ‘ବରପୁତ୍ର’ ଏବଂ ଡକ୍ଟର ଶେଷନ ବିଶିଙ୍କ ପୁସ୍ତକ ‘ସୃଜନ ସୌରଭ’ ଉନ୍ମୋଚିତ ହୋଇଥିଲା ।

ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଅନାବୃତ ହୋଇଥିଲା ।  ପାଠାଗାର ତରଫରୁ ଗାନ୍ଧୀ ପ୍ରତିମୂର୍ତି ନିର୍ମାଣ କରିଥିବା ଅମୂଲ୍ୟ ଭୋଇ ଏବଂ ନିଃଶୁକ୍ଳ ଭିଡିଓଗ୍ରାଫି କରୁଥିବା ଶିକ୍ଷକ ଅଶୋକ କୁଅଁରଙ୍କୁ ସମ୍ମାନୀତ କରାଯାଇଥିଲା । ସଂପାଦକ ମନୋରଞ୍ଜନ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଡକ୍ଟର ସଂଘମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!