ପଦ୍ମପୁର : ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପଦ୍ମପୁର ବ୍ଳକ କଁସର ଗ୍ରାମରେ ଆୟୋଜିତ ହୋଇଯାଇଛି କବିତା ଆସର ‘ରଞ୍ଜିତା’ । କବି ବିନୋଦ ବୈକାରଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧନିରାମ ବରିହା ସଭାପତିତ୍ୱ କରିଥିଲେ । ନାଟ୍ୟକାର କେଶରଞ୍ଜନ ପ୍ରଧାନ ମୁଖ୍ୟଅତିଥି , ନାଟ୍ୟକାର ଅଶୋକ ବହିଦାର ଏବଂ ବିଶିଷ୍ଟ ସମାଲୋଚକ ଯଶୋବନ୍ତ ବିଶ୍ୱାଲ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏ ଅବସରରେ ରୋଜ ପ୍ରଧାନ, ଆଶିଷ ସାହୁ , ଚନ୍ଦନ ସାହୁ , ଜଗନ୍ନାଥ ମେହେର, ଗୋବିନ୍ଦ ମେହେର , ସୁରେନ୍ଦ୍ର ମେହେର, ଶ୍ୟାମ ସାହୁ , ମହାଦେବ ସାହୁ , ଥବିର ବୈକାର, ନମିତା ଦୀପ ପ୍ରମୁଖ ଯୁବ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।

Leave a Reply

Your email address will not be published.

error: Content is protected !!