ବରଗଡ଼ : ଇମ୍ପରିୟଲ କଲେଜ ଠାରେ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ପର୍ବ ‘କଭି ଅଲବିଦା ନା କହେନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଶୁଭ୍ରଶ୍ରୀ ଷଡଙ୍ଗୀଙ୍କ ସଂଯୋଜନା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କଲେଜର କାହ୍ନା ପଣ୍ଡା , ପ୍ର୍ରିୟାଂଶୁ ଭଗତ , ଦୀପ୍ତିମୟୀ ମିଶ୍ର ଓ ମନସ୍ୱିନୀ ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଏ ଅବସରରେ ଶେଷ ବର୍ଷର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ମିଷ୍ଟର ଫେରୱେଲ ଓ ମିସ ଫେରୱେଲ ଭାବରେ ସମ୍ମାନୀତ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଦିପକ ଗୋୟଲ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିବା ବେଳେ କାର୍ଯ୍ୟକ୍ରମ ଅଧ୍ୟାପିକା ହରିପ୍ର୍ରିୟା ସାହୁ , ଦୁର୍ଗେଶ ଶତପଥୀ , ରୋନକ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!