ବରଗଡ଼ : ଇମ୍ପରିୟଲ କଲେଜ ପକ୍ଷରୁ ପ୍ରତିବର୍ଷ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ କରାଯାଉଥିବା ସୁପର ସ୍କୋଲାର ଚତୁର୍ଥ ସଂସ୍କରଣ ଚଳିତ ବର୍ଷ ସେପଟେମ୍ବର ୨୫ ରେ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ସେକେଣ୍ଡାରୀ ସ୍କୁଲର ଦ୍ୱାଦଶ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଜଣେ ଛାତ୍ର ଏବଂ ଜଣେ ଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥାଏ । ଏଥିପାଇଁ ସମସ୍ତ ଯୁକ୍ତ ଦୁଇ କଲେଜକୁ ଇ-ମେଲ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଓଡିଶା ବୋର୍ଡ ଓ ଉଭୟ କେନ୍ଦ୍ରିୟ ବୋର୍ଡରେ ପଢ଼ୁଥିବା କଳା , ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପୁରସ୍କୃତ କରାଯିବ । ଏଥିପାଇଁ ସୋସିଆଲ ମିଡିଆର ବିଭିନ୍ନ ପ୍ଳାଟଫର୍ମରେ ମଧ୍ୟ ଗୁଗୁଲ ଫର୍ମକୁ ପ୍ରସାରିତ କରାଯାଇଛି । କଲେଜ କିମ୍ବା ଛାତ୍ରଛାତ୍ରୀମାନେ ଏଥିରେ ସୂଚନା ପ୍ରଦାନ କରିପାରିବେ । ତେବେ ଛାତ୍ରଛାତ୍ରୀମାନେ ନିଜେ ସୂଚନା ପ୍ରଦାନ କଲେ ଯୁକ୍ତ ଦୁଇ କଲେଜରୁ ଏକ ସ୍ୱୀକୃତି ପତ୍ର ସଂଯୋଗ କରିବେ । ଏହି କାର୍ଯ୍ୟକ୍ରମର ଅଧିକ ବିବରଣୀ ପାଇଁ ଇମ୍ପରିୟଲ କଲେଜ ସହିତ ଯୋଗାଯୋଗ କରିବାକୁ ଚେୟାରମେନ ଦିପକ ଗୋୟଲ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.

error: Content is protected !!