ନିଶାମଣୀ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ରେ ସମ୍ବର୍ଦ୍ଧିତ ହେଲେ ମାଟ୍ରିକର କୃତୀ ଛାତ୍ରଛାତ୍ରୀ…
ବରଗଡ଼ : ନିଶାମଣୀ ହାଇସ୍କୁଲ ରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଦିବ୍ୟକାନ୍ତି ଭୋଇଙ୍କ ପରିଚାଳନାରେ ମାଟ୍ରିକର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ମାଟ୍ରିକ ପରୀକ୍ଷାରେ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ତପସ୍ୱିନୀ ରଥ, ବର୍ଷା ପ୍ର୍ରିୟଦର୍ଶନୀ ବାରିକ ଓ ବିଶ୍ୱାମିତ୍ର ମେହେରଙ୍କୁ ପୁରାତନ ଛାତ୍ର ଜୟପ୍ରକାଶ ଶତପଥୀ, ପ୍ରଦୀପ ମହାନ୍ତି ଓ ବାବୁ ସାମଲଙ୍କୁ ଦ୍ୱାରା ପ୍ରୟୋଜିତ ଏକ ହଜାର ଟଙ୍କାର ପୁସ୍ତକ କୁପନ ପ୍ରଦାନ କରାଯାଇଥିଲା । ସେହିପରି ପୁରାତନ ଛାତ୍ରୀ ତେରେସକୋଭା ଦାଶ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ତପସ୍ୱିନୀ ରଥଙ୍କୁ ଏକ ହଜାର ନଗଦ ଟଙ୍କା ପ୍ରଦାନ କରିଥିଲେ । ଏହାଛଡା ଲଳିତ-ବାସନ୍ତି ଟ୍ରଷ୍ଟ ପକ୍ଷରୁ ଦୁଇ ଜଣ କୃତୀ ଛାତ୍ରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟୀ ସଦସ୍ୟ ତଥା ପୁରାତନ ଛାତ୍ରମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!