ବରଗଡ଼ : ବରଗଡ଼ ମହିଲା ମହାବିଦ୍ୟାଳୟରେ ଗୁରୁବାର ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ସୁନିଲ ଦେବତାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ସମାରୋହରେ ଶିକ୍ଷାବିଦ୍ ଲିଙ୍ଗରାଜ ନାୟକ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ଏ ଅବସରରେ ଉପସ୍ଥିତ ଅତିଥି ତଥା ସାହିତ୍ୟକଙ୍କ ଦ୍ୱାରା ଅଧ୍ୟାପକ ମନୋଜ କୁମାର ଦାଶ ଏବଂ ଅଧ୍ୟାପିକା ଡ. ସଂଘମିତ୍ରା ମିଶ୍ରଙ୍କ ରଚିତ ତିନୋଟି ପୁସ୍ତକ ‘ସଂଳାପ’, ‘ୱିଷ୍ଟଲିଙ୍ଗ’ ଏବଂ ‘ସ୍ପନ୍ଦନ ଶତଦଳ’କୁ ଉନ୍ମୋଚନ କରାଯାଇଥିଲା । ପ୍ରାଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, ଡ. ପ୍ରଦୀପ ଦେବତା ଏବଂ  ଡ.ସଂଘମିତ୍ରା ମିଶ୍ର ଉନ୍ମୋଚିତ ପୁସ୍ତକ ଗୁଡିକର ବିଶ୍ଲେଷଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar