ବରଗଡ଼ : ବରଗଡ଼ରେ ଇଣ୍ଡିଆ ବିଉଟୀ କାଉନସିଲ ପକ୍ଷରୁ ସୌନ୍ଦର୍ଯ୍ୟ ବିଶେଷଜ୍ଞମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଏକ ନବବଧୂ ମେକଅପ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ବଲିଉଡର ପ୍ରଖ୍ୟାତ ମେକଅପ କଳାକାର ରାଜୁ ଓରପେ , ଓମୋଦ ଦୋଶୀ, ମାଷ୍ଟର ପଙ୍କଜ ଓ ଆଲପା ରାଜଗୋର ଯୋଗଦେଇଥିଲେ । ଇଣ୍ଡିଆ ବିଉଟୀ କାଉନସିଲର ସଭାନେତ୍ରୀ ମିନତୀ ସାହୁ ସଂଯୋଜନା ,ଉପସଭାନେତ୍ରୀ ସୁଚିସ୍ମିତା ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୁଗ୍ମ ସଂପାଦିକା ସ୍ନେହଲତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।