ବରଗଡ଼ : ବରଗଡ଼ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଷ୍ଟ୍ରିୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୬ ଜଣ ଶିଶୁଙ୍କ ମାଗଣା ହୃଦରୋଗ ଅସ୍ତ୍ରୋପଚାର ପାଇଁ ଜାମସେଦପୁରର ବ୍ରହ୍ମାନନ୍ଦ ନାରାୟଣ ମଲ୍ଟିସ୍ପେସିଆଲିଷ୍ଟ ହୃଦାଳୟକୁ ପଠାଯାଇଛି । ବରଗଡ଼ ଜିଲ୍ଳାର ଭେଡେନ , ବରଗଡ଼, ପଦ୍ମପୁର, ଗାଇସିଲେଟ ବ୍ଳକର ଏହି ଶିଶୁମାନଙ୍କ ସହିତ ତାଙ୍କର ୧୨ ଜଣ ଅଭିଭାବକ ମଧ୍ୟ ଯାଇଛନ୍ତି । ଆରବିଏସକେ ଡାକ୍ତର ସମୀର ମେହେର ଓ ଫାର୍ମାସିଷ୍ଟ ଚଂଚଳ ମେହେରଙ୍କ ତତ୍ୱାବଧାନରେ ସମସ୍ତେ ବରଗଡ଼ରୁ ଜାମସେଦପୁର ଅଭିମୁଖେ ଯାତ୍ରା କରିଛନ୍ତି । ଆରବିଏକେ ତରଫରୁ ହୃଦରୋଗୀ ଶିଶୁମାନଙ୍କ ମାଗଣାରେ ଚିକିତ୍ସା ତଥା ଅସ୍ତ୍ରୋପଚାର ରହିଥିବା ବେଳେ ବର୍ତମାନ ସୁଦ୍ଧା ବରଗଡ଼ ଜିଲ୍ଳାରୁ ୧୫୦ ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଏହି ଯୋଜନାରେ ସଫଳ ଅସ୍ତ୍ରୋପଚାର ହୋଇସାରିଛି ବୋଲି ରାଷ୍ଟ୍ରିୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମେନେଜର ରାକେଶ ମହାପାତ୍ର ସୂଚନା ଦେଇଛନ୍ତି

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar