ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ୯ ତାରିଖରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଉଦଯାପତି ହୋଇଯାଇଛି  । ଶେଷ ଦିବସରେ ମୋହନ ସାହୁଙ୍କ ଲିଖିତ ଓ ମହୋରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘ବଡମା’ ଛାତ୍ରଛାତ୍ରୀମାନଙ୍କ  ଦ୍ୱାରା ପ୍ରଦର୍ଶିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମରେ ରାଧେଶ୍ୟାମ ନାୟକ , ସୁରେନ ପାଣିଗ୍ରାହୀ , ଅନିରୁଦ୍ଧ ପାଇକ , ଗାନ୍ଧୀ ବାରିକ  ନୃତ୍ୟ ସଂଗୀତରେ ସହଯୋଗ କରିଥିଲେ । ହରିପ୍ରିୟା , ଇଚ୍ଛା ,ବସୁନ୍ଧରା ପ୍ରଚ୍ଛଦପଟ ସଂଗୀତ ଗାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିନି ଭୋଇ , ମନସ୍ୱିନୀ ମିଶ୍ର, ସୁନେଲି ରନା , ଦିପ୍ତୀରେଖା ସାହୁ , ଶିବାନୀ ସାହୁ ,  ଅମ୍ଲାନ ମେହେର , ଆୟୁଷ ମାହାର, ସ୍ୱପ୍ନା ସାହୁ , ନୈନା ପ୍ରଧାନ, ଅଫସାନ ଦାଶ, ଶିଖା ମେହେର, ହିମାଂଶୁ ସା, ବିଜୟ ମେହେର, ଗାୟତ୍ରୀ ସାହୁ , ଅନିଷା ରୁନଥାଲା, ଅଜୟ ଛତ୍ରିଆ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଶେଷରେ କଲେଜ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar